ବିଶ୍ୱାସ ଅନ୍ତରାଳେ ବିଜ୍ଞାନ: ଜାଣନ୍ତୁ ଭାରତୀୟ ପ୍ରଥା ଓ ପରମ୍ପରା ପାଳନର ରହସ୍ୟ

 
Science behind Indian customs and traditions | Samskriti

ଭାରତୀୟ ରୀତିକୁ ନେଇ ଅନେକ ସମୟରେ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ଏପରି ରୀତି ପଛରେ ଥିବା ପ୍ରକୃତ କାରଣ ସ୍ପଷ୍ଟ ହୋଇପାରେ ନାହିଁ । ଫଳ ସ୍ବରୂପ କାରଣ ନଜାଣି ଆଧୁନିକ ସମାଜ ଏହାକୁ ଅନ୍ଧବିଶ୍ୱାସ ଭାବେ ପରିଗଣିତ କରିଥାଏ । କିନ୍ତୁ ସନାତନ ସଂସ୍କୃତି ବା ଭାରତୀୟ ପରମ୍ପରାରେ ପ୍ରଚଳିତ ଯେକୌଣସି ରୀତି ପଛରେ ରହିଛି ବୈଜ୍ଞାନିକ ଯୁକ୍ତି ସିଦ୍ଧତା । ଭାରତୀୟ ଶିକ୍ଷା ପଦ୍ଧତିକୁ ଇଂରେଜମାନେ ହଟାଇଦେବା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନର ପିଢ଼ି ପୁରାତନ ଭାରତୀୟ ରୀତି ଗୁଡ଼ିକୁ କେବଳ ଅଭ୍ୟାସଗତ ବା ପାରମ୍ପରିକ କ୍ରିୟା ଭାବେ ଗ୍ରହଣ କରୁଛନ୍ତି । 

ବିଜ୍ଞାନ ସମ୍ମତ କି ଭାରତୀୟ ପ୍ରଥା ଓ ପରମ୍ପରା?

କିନ୍ତୁ ଏବେବି ପୁରାତନ ରୀତି ଗୁ଼ଡିକ ସମାଜ ପ୍ରତି ମଙ୍ଗଳଦାୟକ ସାବ୍ୟସ୍ତ ହେଉଛି। ସେ ବିବାହ ହେଉ କି ପର୍ବ, ସାମାଜିକ କର୍ମ ହେଉକି ଦୈନନ୍ଦିନ ଜୀବନ, ସବୁଠି, ସବୁବେଳେ କିଛି ନା କିଛି ପ୍ରଣାଳୀ ପାଳିତ ହୋଇଥାଏ । ସାଧାରଣ ଭାବେ ଏପରି କର୍ମ ସମ୍ପାଦନ ଦ୍ୱାରା କେଉଁ ସୁଫଳ ମିଳିଥାଏ, ତାହା ଅଜ୍ଞାତ ରହିଥାଏ । କେବଳ ପରମ୍ପରାକୁ ସମ୍ମାନ ଭାବେ କେହି ପ୍ରଣାଳୀ ପାଳନ କରନ୍ତି ତ କେହି କୌଣସି ଯୁକ୍ତିଯୁକ୍ତ କାରଣ ନପାଇ ପ୍ରଣାଳୀକୁ ଅନ୍ଧବିଶ୍ୱାସ ନାମ ଦେଇ ଦୂରେଇ ରୁହନ୍ତି । 

ଭାରତୀୟ ରୀତି ଓ ପାରମ୍ପରିକ କ୍ରିୟା ଗୁଡ଼ିକ ଶରୀର ଉପରେ କଣ ପ୍ରଭାବ ପକାଏ ?


ହଜାର ହଜାର ବର୍ଷ ଧରି ପ୍ରଚଳିତ ରହିଆସିଥିବା ଅନେକ ପ୍ରଣାଳୀ ବର୍ତ୍ତମାନ ସମୟ ପାଇଁ ମଧ୍ୟ ପ୍ରଯୁର୍ଯ୍ୟ ଅଟେ । ଯଦିଓ ତତ୍କାଳୀନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଚଳିତ ହୋଇଥିବା ଧାରାବାହିକ କ୍ରିୟା କାଳକ୍ରମେ ପ୍ରଣାଳୀ ବା ପରମ୍ପରାକୁ ରୂପାନ୍ତରିତ ହୋଇଛି । ଭାରତରେ ପ୍ରଚଳିତ ପ୍ରଣାଳୀ ପଛରେ ଥିବା ବୈଜ୍ଞାନିକ କାରଣ ଆପଣଙ୍କୁ ବି ଚକିତ କରିବ ନିଶ୍ଚୟ । 

ନମସ୍କାର (Scientific reason behind Namaskar)


ବିଶ୍ୱାସ- 

ସମ୍ମୁଖସ୍ଥ ବ୍ୟକ୍ତଙ୍କୁ  ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ

ବୈଜ୍ଞାନିକ କାରଣ- 

ଦୁଇ ପାପୁଲିକୁ ଯୋଡ଼ିବା ଦ୍ୱାରା ଆକ୍ୟୁପ୍ରେସର କେନ୍ଦ୍ରର ସଂଯୋଗ ଘଟିଥାଏ । ଦୁଇ ହାତର ଅଙ୍ଗୁଳି ଉପରାର୍ଦ୍ଧରେ ଆଖି, କାନ, ନାକ ଆକ୍ୟୁପ୍ରେସର ପଏଣ୍ଟର ସଂଯୋଗ ଫଳରେ ଇନ୍ଦ୍ରିୟ ଅଧିକ କ୍ରିୟାଶୀଳ ହୋଇଥାଏ । ଯାହା ଫଳରେ ଭେଟିଥିବା ବ୍ୟକ୍ତିଙ୍କୁ ଦୀର୍ଘ ଦିନ ଯାଏ ମନେ ରଖିବା ସମ୍ଭବପର ହୋଇଥାଏ । 

ସେହିପରି ଇଶ୍ୱରଙ୍କ ଆଗରେ ମଥାନତ କରିବାସହ ପ୍ରଣାମ କରିବାବେଳେ ଦୁଇ ହାତର ବୃଦ୍ଧାଙ୍ଗୁଳି ଦୁଇ ଭ୍ରୁଲତାର ମଧ୍ୟଅଂଶକୁ ଛୁଇଁଥାଏ । ଏହାଦ୍ୱାରା ମସ୍ତିଷ୍କ ଅଧିକ କ୍ରିୟାଶୀଳ ହୋଇଥାଏ ଓ ମଥାନତ କରିବା ଦ୍ୱାରା ମସ୍ତିଷ୍କ ରକ୍ତ ପ୍ରବାହ ନିମ୍ନମୁଖି ହୁଏ । ଏହାଦ୍ୱାରା ରକ୍ତ ପ୍ରବାହ ସୁଗମ ହୋଇଥାଏ ।

ଚରଣ ସ୍ପର୍ଶ - ଭୂମିଷ୍ଟ ପ୍ରଣାମ (Scientific reason behind Charan Sparsh)


ବିଶ୍ୱାସ- 

ବୟସ୍କଙ୍କୁ ଉତ୍ତମ ସମ୍ମାନ

ବୈଜ୍ଞାନିକ କାରଣ-

ଶରୀର ୭୫ ଡିଗ୍ରୀ ଝୁଙ୍କିବା ଦ୍ୱାରା ରକ୍ତ ପ୍ରବାହ ଉପରେ ସୁପ୍ରଭାବ ପଡ଼ିଥାଏ । ଯାହା ଶକ୍ତି ସଂରଚନା ବୃଦ୍ଧି କରିବା ସହ କସମିକ ଏଜର୍ଜି ସହିତ ଯୁକ୍ତ କରିଥାଏ । ବୟସ୍କଙ୍କ ପାଦ ସ୍ପର୍ଶ କରିବା ଦ୍ୱାରା ହାତ ପାପୁଲି ଶକ୍ତି ଗ୍ରହଣ କରିଥାଏ । ଯାହାକୁ ଆଶୀର୍ବାଦ କୁହାଯାଏ । 

ହେନା / ମେହେନ୍ଦି  (The scientific reason behind Henna)


ବିଶ୍ୱାସ- 

ହାତରେ ମେହେନ୍ଦି ଲଗାଇଲେ ମନ ପ୍ରଫୁଲ୍ଲ ରହେ

ବୈଜ୍ଞାନିକ କାରଣ-

ମେହେନ୍ଦିରେ ଥିବା ଔଷଧିୟ ଗୁଣ ଶରୀରକୁ ଚାପମୁକ୍ତ କରିବାରେ ସାହାଯ୍ୟ କରିଥାଏ । ହାତ ଓ ପାଦରେ ମେହେନ୍ଦି ଲଗାଇବା ଫଳରେ ସ୍ନାୟବିକ ଦୁର୍ବଳତା ଦୂର ହୋଇଥାଏ । 

ଦ୍ୱାର ମୁହଁରେ ଲେମ୍ବୁ ଓ ଲଙ୍କା ଝୁଲାଯାଏ (Lemon and chilly are hung on the front of the door)


ବିଶ୍ୱାସ-

ଖରାପ ନଜର ଓ ଦୁଷ୍ଟ ଶକ୍ତି ଦୂର ହୋଇଥାଏ 

ବୈଜ୍ଞାନିକ କାରଣ -

ଲେମ୍ବୁ ଓ ଲଙ୍କାରେ ଥିବା ସାଇଟ୍ରିକ ଏସିଡ ପ୍ରଭାବ ଯୋଗୁଁ ବିଶାକ୍ତ ଭୁତାଣୁ ବା କୀଟାଣୁ ଘରେ ପ୍ରବେଶ କରନ୍ତି ନାହିଁ ଯାହା ଫଳରେ ଘରର ବାତ୍ତାବରଣ ସୁଦ୍ଧ ରହିଥାଏ । ଶରୀର ଉପରେ ମଧ୍ୟ ଏହାର ସୁପ୍ରଭାବ ପଡ଼ିଥାଏ ।


ଗ୍ରହଣ ସମୟରେ ବାହାରକୁ ଯିବା ପାଇଁ ବାରଣ (Do not go out during the lunar eclipse)


ବିଶ୍ୱାସ- 

ଏହି ସମୟରେ ଦୁଷ୍ଟ ଶକ୍ତିର ପ୍ରଭାବ ଅଧିକ ଥାଏ 

ବୈଜ୍ଞାନିକ କାରଣ- 

ଗ୍ରହଣ ସମୟରେ ସୂର୍ଯ୍ୟଙ୍କ କିରଣ ତ୍ୱଚା ପାଇଁ ବିପଦପୂର୍ଣ୍ଣ ହୋଇଥାଏ । ଏପରିକି ଖାଲି ଆଖିରେ ଗ୍ରହଣ ଦେଖିଲେ ଦୃଷ୍ଟି ଶକ୍ତି ହରାଇବା ଆଶଙ୍କା ଥାଏ । 

ତଳେ ବସି ଖାଦ୍ୟ ଗ୍ରହଣ  (Sit on the ground and eat)


ବିଶ୍ୱାସ-

ତଳେ ବସି ନଖାଇଲେ ପୂର୍ବଜ ଅସନ୍ତୁଷ୍ଟ ହେବେ

ବୈଜ୍ଞାନିକ କାରଣ- 

ତଳେ ସୁଖାସନରେ ବସି ଖାଇଲେ ପାଚନ କ୍ରିୟା ସଠିକ ଭାବେ କାର୍ଯ୍ୟ କରିଥାଏ । ମେରୁଦଣ୍ଡର ଗତି ପାଚନ କ୍ରିୟାକୁ ସୁଗମ କରିଥାଏ ।

ହାତକୁ ସିଧାସଳଖ ଲୁଣ ଓ ଲଙ୍କା ଦେବାକୁ ବାରଣ (Salt and chili are not given directly to the hands)


ବିଶ୍ୱାସ- 

ହାତକୁ ହାତ ଲୁଣ ଓ ଲଙ୍କା ଦେଲେ ସେହି ବ୍ୟକ୍ତିଙ୍କ ସହିତ ସମ୍ପର୍କ ଭଲ ରହିବ ନାହିଁ

ବୈଜ୍ଞାନିକ କାରଣ-

ଲୁଣ ଓ ଲଙ୍କା ଦ୍ୱାରା ଶାରୀରିକ ସ୍ମରଣ ଶକ୍ତି ଖୁବ୍ ଘନିଷ୍ଠ ଭାବେ ଅନ୍ୟ ଶରୀରକୁ ସଂଚାରିତ ହୋଇଥାଏ । ଯାହା ଫଳରେ ଶରୀରରେ ଅଯଥା ବିଚଳନ ସୃଷ୍ଟି ହୁଏ । ଯାହାକୁ ସଂସ୍କୃତରେ ଋଣାଳ ବନ୍ଧ ବୋଲି କୁହାଯାଏ । ଏଥିପାଇଁ ଲୁଣ, ଲଙ୍କା ହାତକୁ ହାତ ସିଧାସଳଖ ଦିଆଯାଏ ନାହିଁ ।

ନଦୀକୁ ମୁଦ୍ରା ଉତ୍ସର୍ଗ  (Throwing coins to river)


ବିଶ୍ୱାସ- 

ନଦୀକୁ ମୁଦ୍ରା ଉତ୍ସର୍ଗ କଲେ ଶୁଭ ଖବର ପ୍ରାପ୍ତ ହୁଏ

ବୈଜ୍ଞାନିକ କାରଣ-

ଏପରି କଥା ସେହି ସମୟରୁ ବିଶ୍ୱାସ ସିଦ୍ଧ ହୋଇଛି, ଯେତେବେଳେ ଭାରତରେ ପ୍ରାୟ ସମସ୍ତ ମୁଦ୍ରା କେବଳ ତମ୍ବାରେ ପ୍ରସ୍ତୁତ ହେଇଥିଲା । ତମ୍ବା ପରି ଧାତବ ପଦାର୍ଥ ପ୍ରାକୃତିକ ଭାବେ ପାଣିକୁ ସୁଦ୍ଧ କରୁଥିବାରୁ ଏପରି ପରମ୍ପରା ଆରମ୍ଭ ହୋଇଥିଲା ।

ମଥାରେ ତିଳକ (Tilak)


ବିଶ୍ୱାସ- 

ମଥାରେ ତିଳକ ଲଗାଇଲେ ଶକ୍ତି ବୃଦ୍ଧି ହୁଏ

ବୈଜ୍ଞାନିକ କାରଣ-

ଦୁଇ ଭ୍ରୁଲତାର ମଧ୍ୟ ଅଂଶରେ ପ୍ରମୁଖ ସ୍ନାୟୁ ବିନ୍ଦୁ ରହିଥିବାରୁ ଏଠାରେ ତିଳକ ଲଗାଇବା ଦ୍ୱାରା ଶୀତଳ ରହିଥାଏ । ଯାହାଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ । ଏହାସହିତ ରକ୍ତପ୍ରବାହ ମଧ୍ୟ ସୁଗମ ହୋଇଥାଏ ।  ତିଲକ ମସ୍ତିଷ୍କକୁ ଶୀତଳତା ପ୍ରଦାନ କରିଥାଏ ଏବଂ ମାନସିକ ରୋଗଠାରୁ ମଧ୍ୟ ଦୂରେଇ ରଖିଥାଏ । 

ପାଦ ମୁଦି (Toe rings)


ବିଶ୍ୱାସ- 

ବୃଦ୍ଧାଙ୍ଗୁଳିର ପାର୍ଶ୍ୱବର୍ତ୍ତୀ ଅଙ୍ଗୁଳିରେ ମୁଦି ପିନ୍ଧିଲେ ରୋଗ ହୁଏନାହିଁ 

ବୈଜ୍ଞାନିକ କାରଣ-

ଭାରତୀୟ ମହିଳାମାନେ ଦ୍ୱିତୀୟ ଅଙ୍ଗୁଳିରେ ମୁଦି ପିନ୍ଧିଥାନ୍ତି । ଏହାର କାରଣ ଏହି ଅଙ୍ଗୁଳିର ପ୍ରାରମ୍ଭିକ ଅଂଶରେ ଥିବା ସ୍ନାୟୁ ଜରାୟୁ ଓ ହୃଦୟ ସରହିତ ସଂଯୁକ୍ତ ହୋଇଥାଏ । ଏଠାରେ ମୁଦି ପିନ୍ଧିବା ଫଳରେ ଚାପ ସୃଷ୍ଟି ହୁଏ । ଯାହା ଫଳରେ ରକ୍ତ ପ୍ରବାହ ସୁଗମ ହେବା ସହ ନାରୀଙ୍କ ମାସିକ ଋତୁସ୍ରାବ ଜନିତ ସମସ୍ୟା ଦୂର ହୋଇଥାଏ ।

ସିନ୍ଦୁର (Sindoor)


ବିଶ୍ୱାସ- 

ମଥାରେ ସିନ୍ଦୁର ସ୍ୱାମୀଙ୍କ ସମ୍ମାନ

ବୈଜ୍ଞାନିକ କାରଣ-

ଭାରତୀୟ ପରମ୍ପରା ଅନୁସାରେ ସିନ୍ଦୁର ପ୍ରସ୍ତୁତିରେ ହଳଦୀ, ଲେମ୍ବୁ, ମରକ୍ୟୁରୀ ବ୍ୟବହାର ହୋଇଥାଏ । ଯାହା ମଥାରେ ଲଗାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହ ଯୌନ କାମନା ବୃଦ୍ଧି କରିଥାଏ । କପାଳର ଉପରାର୍ଦ୍ଧରେ ସିନ୍ଦୁର ଲଗାଇବା ଦ୍ୱାରା ଅନୁଭବର କେନ୍ଦ୍ରସ୍ଥଳ ଅଧିକ କ୍ରିୟାଶୀଳ ହୋଇଥାଏ । 

ଦେବଦର୍ଶନ ପୂର୍ବରୁ ଘଣ୍ଟି  (Bells in temples)


ବିଶ୍ୱାସ- 

ମନ୍ଦିରରେ ଘଣ୍ଟି ବଜାଇଲେ ଇଶ୍ୱର ମନସ୍କାମନା ପୂରଣ କରନ୍ତି

ବୈଜ୍ଞାନିକ କାରଣ-

ଘଣ୍ଟିର ଶବ୍ଦ ଏକାଗ୍ରତା ବୃଦ୍ଧିରେ ସାହଯ୍ୟ କରେ । ଯାହା ସମର୍ପଣ ଭାବ ସୃଷ୍ଟି କରିଥାଏ । ଘଣ୍ଟି ଶବ୍ଦ ଉଭୟ ବାମ ଓ ଦକ୍ଷିଣ ମସ୍ତିଷ୍କରେ ତରଙ୍ଗ ସୃଷ୍ଟି କରୁଥିବାରୁ ଏହା ସମସ୍ତ ଇନ୍ଦ୍ରୀୟକୁ କ୍ରିୟାଶୀଳ କରିବା ସହ ମନରୁ ନକରାତ୍ମକ ଚିନ୍ତା ଦୂର କରିଥାଏ । ଘଣ୍ଟି ଶବ୍ଦ ମନକୁ ଉତ୍ସାହରେ ପରିପୂର୍ଣ୍ଣ କରିଥାଏ ।

ଉତ୍ତର ଦିଗକୁ ମଥା ରଖି ଶୋଇବାକୁ ବାରଣ (Not sleeping with your head pointing north)


ବିଶ୍ୱାସ- 

ଉତ୍ତର ଦିଗରେ ଜମପୁର

ବୈଜ୍ଞାନିକ କାରଣ- 

ଶରୀରରେ ନିଜସ୍ୱ ଚୁମ୍ବକୀୟ ଶକ୍ତି ଥିବାରୁ ଉତ୍ତର ଦିଗକୁ ମୁଣ୍ଡ ରଖି ଶୋଇଲେ ଧରିତ୍ରୀର ଚୁମ୍ବକୀୟ ଶକ୍ତି ସହ ଅସମମାତ୍ରିକ ଓ ବିଷମ ପ୍ରଭାବ ପଡ଼ିଥାଏ । ଯାହାଫଳରେ  ଶରୀରରେ ରକ୍ତପ୍ରବାହରେ ସମସ୍ୟା ସୃଷ୍ଟି ହୁଏ । ହୃଦୟ ଉପରେ ଅଧିକ ଚାପ ପଡ଼ିଥାଏ ।

କାନ ଫୋଡ଼ା (Piercing ears)


ବିଶ୍ୱାସ- 

କାନ ଫୋଡ଼ାଇଲେ ରୋଗରୁ ମୁକ୍ତ ମିଳେ

ବୈଜ୍ଞାନିକ କାରଣ- 

କାନ ଫୋଡ଼ାଇବା ଦ୍ୱାରା ଚେତନା ଶକ୍ତି ବୃଦ୍ଧି ପାଇଥାଏ ।  

ହାତରେ ଚୁଡ଼ି (Wearing bangles)


ବିଶ୍ୱାସ- 

ସଧବା ନାରୀର ଭୂଷଣ

ବୈଜ୍ଞାନିକ କାରଣ-

ହାତରେ ଚୁଡ଼ି ପିନ୍ଧିବା ଦ୍ୱାରା ରକ୍ତ ପ୍ରବାହ ଦୃତ ହୋଇଥାଏ । ଏହାସହିତ ଚୁଡ଼ି ତ୍ୱଚା ଉପରେ ଚାପ ପକାଉଥିବାରୁ ତ୍ୱଚାରେ ବୈଦୁଦିକ ତରଙ୍ଗ ସୃଷ୍ଟି ହୋଇଥାଏ । ଯାହା ସ୍ନାୟୁକୁ ସକ୍ରିୟ କରେ ।

ପୂର୍ଣ୍ଣମୀ, ଅମାବାସ୍ୟା, ଏକାଦଶୀ ଉପବାସ (Fasting)


ବିଶ୍ୱାସ- 

ପୂର୍ବଜ ସନ୍ତୁଷ୍ଟ ହୁଅନ୍ତି

ବୈଜ୍ଞାନିକ କାରଣ-

ଖାଦ୍ୟ ଶରୀରର ଆଧାର । ଉପବାସ କରିବା ଦ୍ୱାରା ଶରୀରରେ ହଜମ କ୍ରିୟା ଶୃଙ୍ଖଳିତ ହୋଇଥାଏ । କୋଷ୍ଠକାଠିନ୍ୟ ଦୂର ହେବା ସହ ବିଶାକ୍ତ ପଦାର୍ଥ ଶରୀରରୁ ବାହାରି ଯାଇଥାଏ । ପାରମ୍ପରିକ ଭାବେ ଭାରତରେ ପୂର୍ଣ୍ଣମୀ, ଅମାବାସ୍ୟା, ଏକାଦଶୀ ତିଥିରେ ଉପବାସ ବ୍ରତ ପାଳନ ଦ୍ୱାରା ଶରୀରକୁ ସକ୍ରିୟ ଓ ବିଷମୁକ୍ତ କରାଯାଇଥାଏ ।