ଶାକାହାରୀ ବନାମ ମାଂସାହାରୀ: ଶାକାହାରୀଙ୍କୁ କେଉଁ ଖାଦ୍ୟରୁ ମିଳିବ ପୋଷଣ❓

 
Nutritional needs on a vegetarian diet | Samskriti

ୟୁର୍ବେଦ ଅନୁସାରେ ମାନବ ଶରୀର ପାଇଁ ଉଦ୍ଭିଦ ଉତ୍ସରୁ ମିଳୁଥିବା ଖାଦ୍ୟ ବା ଶାକାହାର ସର୍ବୋତ୍ତମ । କିନ୍ତୁ ପାଶ୍ଚାତ୍ୟ ସଭ୍ୟତା ଆମିଷ ଖାଦ୍ୟ ବା ମାଂସାହାର ଶରୀରକୁ ଉପଯୁକ୍ତ ପୋଷଣ ଯୋଗାଉଥିବା ଦାବି କରିଥାଏ। ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ଭାରତରେ ବିଶ୍ୱର ସବୁଠାରୁ ଅଧିକ ନିରାମିଷାଶୀ ବାସ କରୁଛନ୍ତି । ପ୍ରାଚୀନ କାଳରେ ଭାରତରେ ୯୦ ପ୍ରତିଶତ ଲୋକ ଶାକାହାରୀ ଥିବାବେଳେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଏହା ଧୀରେଧୀରେ ହ୍ରାସ ପାଇଛି । ଅନୁସନ୍ଧାନ ରିପୋର୍ଟ ଅନୁସାରେ ଏବେ ଦେଶରେ ମାତ୍ର ୨୦ରୁ ୨୫ ପ୍ରତିଶତ ଲୋକ ବାସ୍ତବରେ ଶାକାହାରୀ । 

ସମ୍ପୂର୍ଣ୍ଣ ଶାକାହାରୀଙ୍କ ସଂଖ୍ୟା ନଗଣ୍ୟ

ଶାକାହାରୀ ଶବ୍ଦର ବାସ୍ତବ ଅର୍ଥ ଯେଉଁମାନେ ପଶୁ ଉତ୍ସରୁ ମିୁଳୁଥିବା କୌଣସି ବି ଖାଦ୍ୟ ଯଥା ମାଛ, ମାଂସ, ସାମୁଦ୍ରିକ ଖାଦ୍ୟ, ଦୁଗ୍ଧ, ଅଣ୍ଡାକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି ନାହିଁ ଅର୍ଥାତ ଖାଦ୍ୟ ପାଇଁ କେବଳ ଉଦ୍ଭିଦ ଉତ୍ସ ଉପରେ ନିର୍ଭର କରିଥାନ୍ତି । ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ମାଂସ, ମାଛ, ଅଣ୍ଡା ଖାଉନଥିଲେ ବି ଦୁଗ୍ଧଜାତ ଖାଦ୍ୟ ଗ୍ରହଣ କରିଥାନ୍ତି । ଏହି ବର୍ଗର ଲୋକଙ୍କୁ ପ୍ରଚ୍ଛନ୍ନ ଶାକାହାରୀ କୁହାଯାଇପାରେ ।

ଶାକାହାରୀ ବର୍ଗୀକରଣ (Types of vegetarian diets)

  • ସମ୍ପୂର୍ଣ୍ଣ ଶାକାହାରୀ (Vegans  OR Total Vegetarians): ଯେଉଁମାନେ ପଶୁ ଉତ୍ସରୁ ମିଳୁଥିବା କୌଣସି ଖାଦ୍ୟ ଖାଇ ନଥାନ୍ତି ।
  • ପ୍ରଚ୍ଛନ୍ନ ଶାକାହାରୀ (Lacto Vegetarians): ଯେଉଁମାନେ ମାଂସ, ମାଛ ଓ ଅଣ୍ଡା ଖାଇନଥାନ୍ତି, କିନ୍ତୁ ଦୁଗ୍ଧଜାତ ଖାଦ୍ୟ ଖାଇଥାନ୍ତି ।
  • ସାମାନ୍ୟ ଶାକାହାରୀ (Ovo Vegetarians): ଯେଉଁମାନେ ମାଂସ, ମାଛ ଓ ଦୁଗ୍ଧଜାତ ଖାଦ୍ୟ ଖାଆନ୍ତି କିନ୍ତୁ ଅଣ୍ଡା ଖାଆନ୍ତି ନାହିଁ ।
  • ଆଂଶିକ ଶାକାହାରୀ (Partial vegetarians Or Pollo Vegetarian): ଯେଉଁମାନେ ମାଂସ ବ୍ୟତୀତ ଅନ୍ୟ ସମସ୍ତ ପଶୁ ଉତ୍ସ ଖାଦ୍ୟ ଖାଇଥାନ୍ତି ।

ଶାକାହାରୀ ଖାଦ୍ୟର ସ୍ୱାସ୍ଥ୍ୟ ଉପକାର | Health benefits of a vegetarian diet

ଆୟୁର୍ବେଦ ଅନୁସାରେ ଆମିଷ ଅପେକ୍ଷା ନିରାମିଷ ଖାଦ୍ୟ ଖାଉଥିବା ବ୍ୟକ୍ତି ସୁସ୍ଥ ଓ ନିରୋଗ ଜୀବନ ବିତାଇଥାନ୍ତି, ମାନସିକ ଭାବେ ଅଧିକ ଶକ୍ତିଶାଳୀ ମଧ୍ୟ ହୋଇଥାନ୍ତି । ଗବେଷଣାରୁ ଏହା ମଧ୍ୟ ପ୍ରମାଣିତ ହୋଇସାରିଛି ଯେ ସନ୍ତୁଳିତ ଶାକାହାରରୁ ଶରୀର ପାଇଁ ଆବଶ୍ୟକ ପ୍ରତିଟି ଉପାଦାନ ମିଳିଥାଏ । ଏହାସହିତ ଶାକାହାରୀ ବ୍ୟକ୍ତିଙ୍କୁ ଅନେକ ସ୍ୱାସ୍ଥ୍ୟଗତ ଲାଭ ମିଳିଥାଏ । ଶାକାହାରୀ ବ୍ୟକ୍ତିଙ୍କ ମଧ୍ୟରେ ମେଦବହୁଳତା, ହୃଦ୍ ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ପରି ସମସ୍ୟା ପ୍ରାୟତଃ ଦେଖାଯାଇନଥାଏ । 

ଶାକାହାରୀ ଖାଦ୍ୟରୁ କିପରି ମିଳିଥାଏ ଆବଶ୍ୟକ ପୋଷଣ |  nutritional needs on a vegetarian diet

ଯଦି ଆପଣ ଶାକାହାରୀ ଖାଦ୍ୟ ଚୟନ କରୁଛନ୍ତି, ତେବେ ସନ୍ତୁଳିତ ଆହାର ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି । ଯେପରିକି ଶରୀର ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱ ଖାଦ୍ୟରୁ ମିଳିପାରିବ । ଶାକାହାରୀ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳାମାନେ ବିଶେଷ ଭାବେ ଉପଯୁକ୍ତ ଖାଦ୍ୟ ଚୟନ କରିବା ଆବଶ୍ୟକ । କାରଣ ଶରୀର ପାଇଁ ଆବଶ୍ୟକ ପ୍ରୋଟିନ, ମିନେରାଲ, ଭିଟାମିନ କେବଳ ଖାଦ୍ୟରୁ ହିଁ ମିଳିଥାଏ ।

ଶାକାହାରୀଙ୍କ ପାଇଁ ପ୍ରୋଟିନ୍ ଉତ୍ସ | Protein sources for vegetarians

ଶାରୀରିକ ପ୍ରକ୍ରିୟା ଯେପରିକି ଟିସୁ ଗଠନ ଓ କ୍ଷତପୂରଣ ପାଇଁ ପ୍ରୋଟିନର ଆବଶ୍ୟକତା ରହିଛି । ପ୍ରୋଟିନ ହିଁ ଶରୀରରେ ଆମିନୋ ଏସିଡ ବିଲ୍ଡିଂ ବକ୍ସ ନିର୍ମାଣ କରିଥାଏ । ଶରୀରରେ ଦୁଇ ପ୍ରକାରର ଆମିନୋ ଏସିଡ ରହିଥାଏ । ଶରୀର ଦ୍ୱାରା ନନ୍ ଏସିନ୍ସିଆଲ ଆମିନୋ ଏସିଡ ତିଆରି ହେଉଥିବାବେଳେ କିଛି ଆବଶ୍ୟକୀୟ ଆମିନୋ ଏସିଡ ଖାଦ୍ୟରୁ ମିଳିଥାଏ ।

ଖାଦ୍ୟ ଏପରି ଚୟନ କରନ୍ତୁ ଯେପରିକି ସନ୍ତୁଳିତ ଶାକାହାରରୁ ସମସ୍ତ ୯ ପ୍ରକାର ଆମିନୋ ଏସିଡ ପ୍ରାପ୍ତ ହୋଇପାରିବ । ଯଦିଓ ଅଧିକାଂଶ ଖାଦ୍ୟରେ ପୂର୍ଣ୍ଣ ପ୍ରୋଟିନ ଉପଲବ୍ଧ ନଥାଏ । ତେଣୁ ଉପଯୁକ୍ତ ପୋଷଣ ପାଇଁ ଦୈନିକ ଭୋଜନରେ ସବୁଜ ପନିପରିବା ସହିତ ଫଳ ଓ ନଟ୍ସକୁ ସାମିଲ କରିବା ଆବଶ୍ୟକ ।

Vitamin sources for vegetarians | Samskriti

Also read: କାହିଁକି ଶାକାହାରୀ ଖାଦ୍ୟ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ?

ଶାକାହାରୀଙ୍କ ପାଇଁ ଖଣିଜ ପଦାର୍ଥ | Minerals for vegetarians

ବିଶେଷଭାବେ ଶାକାହାରରୁ ଶରୀର ପାଇଁ ଆବଶ୍ୟକ ଲୌହ (Iron), ଜିଙ୍କ୍ (Zinc), କ୍ୟାଲସିୟମ୍ (Calcium), ଆୟୋଡିନ୍ (Iodine), ଭିଟାମିନ୍ B12 (Vitamin B12), ଭିଟାମିନ୍ ଡି (Vitamin D) ମିଳିବା ଆବଶ୍ୟକ ।

ଲୌହ | Iron

  • cereal products fortified with iron
  • wholegrains
  • legumes
  • tofu
  • green leafy vegetables
  • dried fruits

ଜିଙ୍କ୍ | Zinc

  • nuts
  • tofu
  • miso
  • legumes
  • wheatgerm
  • wholegrain foods.

କ୍ୟାଲସିୟମ୍ | Calcium

  • plant-based milk drinks fortified with calcium (check the label)
  • cereals and fruit juices fortified with calcium (check the label)
  • tahini (sesame seed paste)
  • some brands of tofu (check the label)
  • leafy dark green vegetables (especially Asian greens)
  • legumes
  • some nuts (such as almonds and Brazil nuts)

ଆୟୋଡିନ୍ | Iodine

  • bread (except those marked as ‘organic’ or ‘no added salt)
  • some plant-based milk drinks that include seaweed extracts 
  • iodized salt.

ଶାକାହାରୀଙ୍କ ପାଇଁ ଭିଟାମିନ୍ B12 ଉତ୍ସ | Vitamin B12 sources for vegetarians

  • some soy beverages
  • some vegetarian sausages and burgers 

ଶାକାହାରୀମାନଙ୍କ ପାଇଁ ଭିଟାମିନ୍ ଡି ଉତ୍ସ | Vitamin D sources for vegetarians

  • some margarine 
  • some cereals 
  • some plant-based milk drinks