ଭାରତରେ ରହିଛି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଓ ପଞ୍ଚଭୂତ ଲିଙ୍ଗ

What is Meaning of Shivling in odia
Image Source: Vedics


ଶିବ ଲିଙ୍ଗ ବା ଲିଙ୍ଗମ୍ ହେଉଛି ଏକ ପ୍ରତୀକ ଯାହା ସନାତନ ଜୀବନ ଧାରାରେ ଭଗବାନ ଶିବଙ୍କୁ ପ୍ରତିନିଧିତ୍ୱ କରେ । ମହାଦେବ, ଆଦିଦେବ ହୋଇଥିବାରୁ ପ୍ରାୟ ପ୍ରତି ମନ୍ଦିରରେ ଶିବ ଲିଙ୍ ସ୍ଥାନିତ ହୋଇଥାଏ । ଯାହା ଜଗତର ସକଳ ଶକ୍ତିର ଉତ୍ସକୁ ପ୍ରତିନିଧିତ୍ୱ କରେ ।


Shiva Linga: The Symbol of Shiva


ସଂସ୍କୃତରେ, ଲିଙ୍ଗର ଅର୍ଥ ଏକ ଚିହ୍ନ ବା ପ୍ରତୀକ, ଯାହା ଏକ ସୂଚକକୁ ଚିହ୍ନିତ କରେ । ଶିବ ଲିଙ୍ଗ ଭଗବାନ ଶିବଙ୍କର ପ୍ରତୀକ: ଯେଉଁ ଚିହ୍ନ ସର୍ବଶକ୍ତିମାନ ପ୍ରଭୁଙ୍କୁ ସୂଚାଇ ଥାଏ । 

ଲିଙ୍ଗର ପ୍ରକୃତ ଆକାର ଅଣ୍ଡା ପରି ଯାହା ବ୍ରହ୍ମାଣ୍ଡ (Cosmic Egg)କୁ ପ୍ରତିନିଧିତ୍ୱ କରେ । ଏହା ପ୍ରକୃତି ଓ ପୁରୁଷର ମହାମିଳନରୁ ସୃଷ୍ଟିକୁ ସୂଚୀତ କରେ । ଯାହା ସତ୍ୟ, ସତ୍ୟ ଓ ସତ୍ୟ ହିଁ ଅଟେ । 

ଶିବ ଲିଙ୍ଗ ତିନି ଭାଗକୁ ନେଇ ଗଠିତ । ଏଥିମଧ୍ୟରୁ ସର୍ବନିମ୍ନ ଭାଗକୁ ବ୍ରହ୍ମା ପୀଠ, ମଧ୍ୟ ଭାଗକୁ ବିଷ୍ଣୁ ପୀଠ ଓ ଉପରାର୍ଦ୍ଧକୁ ଶିବ ପୀଠ କୁହାଯାଏ । ଯାହା ସୃଷ୍ଟି, ସଂରକ୍ଷଣ ଓ ବିନାଶର ସାଂକେତିକ ଭାବ ବହନ କରେ । 

ଭାରତରେ ରହିଛି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଓ ପଞ୍ଚଭୂତ ଲିଙ୍ଗ


ଜ୍ୟୋର୍ତିଲିଙ୍ଗ ପୀଠ (Jyotir-lingas)
କେଦାରନାଥ (Kedarnath)
କାଶୀ ବିଶ୍ୱନାଥ  (Kashi Vishwanath)
ସୋମନାଥ (Somnath)
ବୈଜନାଥ (Baijnath)
ରାମେଶ୍ୱର (Rameswar)
ଘୃଷ୍ଣେଶ୍ୱର (Ghrusneswar)
ଭୀମଶଙ୍କର (Bhimshankar)
ମହାକାଳ (Mahakal)
ମଲ୍ଲକାର୍ଜୁନ (Mallikarjun)
ଅମଲେଶ୍ୱର (Amaleshwar)
ନାଗେଶ୍ୱର (Nageshwar)
ତ୍ରୟମ୍ବକେଶ୍ୱର (Tryambakeshwar)

ଭାରତରେ ପଞ୍ଚଭୂତ ଲିଙ୍ଗ ପୀଠ (Pancha-bhuta Lingas)


କାଳହସ୍ତିଶ୍ୱର (Kalahastishwar)
ଜମ୍ବୁକେଶ୍ୱର (Jambukeshwar)
ଅରୁଣାଚଳେଶ୍ୱର (Arunachaleshwar)
ଏକାମ୍ବରେଶ୍ୱର (Ekambareshwar of Kanjivaram)
ନଟରାଜ (Nataraja of Chidambaram)

ଶିବଲିଙ୍ଗ କେବଳ ଭାରତରେ ମିଳିଥାଏ । ମର୍ଦ୍ଧତା ପାହାଡରୁ ମର୍ମଦା ଦନୀର ଜଳ ସ୍ରୋତରେ ପ୍ରବାହିତ ହୋଇଥିବା ଅଣ୍ଡାକୃତି ଶିଳାକୁ ଭାରତବର୍ଷରେ ଶିବଲିଙ୍ଗ ଭାବେ ପୂଜା କରାଯାଏ । 

ସଂସ୍କୃତ ଶବ୍ଦକୋଷ ଅନୁସାରେ ଜାଣିନିଅନ୍ତୁ ଲିଙ୍ଗ ଓ ଶିବ-ଲିଙ୍ଗର ପ୍ରକୃତ ଅର୍ଥ


ଅନେକ ସମୟରେ ସମାଜରେ ଶିବ-ଲିଙ୍ଗ ପୂଜା ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ଅନ୍ୟ ସଂପ୍ରଦାୟ ସହିତ କିଛି ହିନ୍ଦୁ ସଂପ୍ରଦାୟର ଲୋକ ମଧ୍ୟ ଶିବ ମନ୍ଦିରରେ ଲିଙ୍ଗ ଓ ଯୋନି ପୂଜା ହେଉଥିବା କହିଥାନ୍ତି । ଯେଉଁ ଭୁଲ ସଂଜ୍ଞା ଛୋଟ ପିଲାଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏପରିକି ହିନ୍ଦୁ ଧର୍ମ ପ୍ରତି ସେମାନଙ୍କ ମନରେ ଗୋଟିଏ ଖରାପ ଧାରଣା ସ୍ୱତଃ ତିଆରି ହୋଇଯାଏ । ସଂସ୍କୃତ ଶବ୍ଦର ଅର୍ଥ ବୁଝି ନପାରିବା କାରଣରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ।

ଲିଙ୍ଗ

ଲିଙ୍ଗର ଅର୍ଥ ସଂସ୍କୃତରେ ଚିହ୍ନ ବା ପ୍ରତୀକ

ଜନନେନ୍ଦ୍ରୀୟ ବା ଗୁପ୍ତାଙ୍ଗକୁ ସଂସ୍କୃତରେ ଶିଶିନ କୁହାଯାଏ

ଶିବଲିଙ୍ଗ

ଶିବଲିଙ୍ଗର ଅର୍ଥ ଶିବଙ୍କ ପ୍ରତୀକ

ପୁରୁଷ ଲିଙ୍ଗର ଅର୍ଥ- ପୁରୁଷଙ୍କ ପ୍ରତୀକ

ସ୍ତ୍ରୀ ଲିଙ୍ଗର ଅର୍ଥ- ସ୍ତ୍ରୀଙ୍କ ପ୍ରତୀକ

ଯେଉଁମାନେ ପୁରୁଷ ଲିଙ୍ଗକୁ ଜନନେନ୍ଦ୍ରୀୟ ମନେକରି ଆଲୋଚନା କରୁଛନ୍ତି, ସେମାନଙ୍କ ଅନୁସାରେ ସ୍ତ୍ରୀ ଲିଙ୍ଗର ଅର୍ଥ କଣ? ସେମାନେ ଗ୍ରହଣ କରୁଥିବା ଅର୍ଥ ଅନୁସାରେ ସ୍ତ୍ରୀଲିଙ୍ଗର ଅର୍ଥ- ସ୍ତ୍ରୀଙ୍କ ପୁରୁଷ ଗୁପ୍ତାଙ୍ଗ । କିନ୍ତୁ ଏହା ଠିକ୍ କି? ଯଦି ନୁହେଁ ତେବେ ପୁରଷ ଲିଙ୍ଗର ଅର୍ଥ- ପୁରୁଷଙ୍କ ଜନନେନ୍ଦ୍ରୀୟ ହେବ କିପରି?

 ଶିବଲିଙ୍ଗର ଅର୍ଥ କଣ?


ଆକାଶ, ଅନନ୍ତ, ବ୍ରହ୍ମାଣ୍ଡ ଏବଂ ପରମ-ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ତାହାକୁ ଲିଙ୍ଗ କୁହାଯାଏ । ସ୍କନ୍ଧ ପୁରାଣରେ ଆକାଶକୁ ମଧ୍ୟ ଲିଙ୍ଗ କୁହାଯାଇଛି । ଶିବଲିଙ୍ଗକୁ ବାତାବରଣ ସହ ଧରିତ୍ରୀ ଓ ଅନନ୍ତ ବ୍ରହ୍ମାଣ୍ଡର ଲିଙ୍ଗ ବା ପ୍ରତୀକ କୁହାଯାଏ । ଶିବଲିଙ୍ଗର ଅର୍ଥ ଅନନ୍ତ ମଧ୍ୟ, ଯାହାର କୌଣସି ଆରମ୍ଭ କିମ୍ବା ଅନ୍ତ ନଥାଏ ।

ଶିବ ଲିଙ୍ଗ ବା ଲିଙ୍ଗମ୍ ହେଉଛି ଏକ ପ୍ରତୀକ ଯାହା ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ପ୍ରତିନିଧିତ୍ୱ କରେ । ମହାଦେବ, ଆଦିଦେବ ହୋଇଥିବାରୁ ପ୍ରାୟ ପ୍ରତି ମନ୍ଦିରରେ ଶିବ ଲିଙ୍ ସ୍ଥାନିତ ହୋଇଥାଏ । ଯାହା ଜଗତର ସକଳ ଶକ୍ତିର ଉତ୍ସକୁ ପ୍ରତିନିଧିତ୍ୱ କରେ ।

Shiva Linga: The Symbol of Shiva

ସଂସ୍କୃତରେ, ଲିଙ୍ଗର ଅର୍ଥ ଏକ ଚିହ୍ନ ବା ପ୍ରତୀକ, ଯାହା ଏକ ସୂଚକକୁ ଚିହ୍ନିତ କରେ । ଶିବ ଲିଙ୍ଗ ଭଗବାନ ଶିବଙ୍କର ପ୍ରତୀକ: ଯେଉଁ ଚିହ୍ନ ସର୍ବଶକ୍ତିମାନ ପ୍ରଭୁଙ୍କୁ ସୂଚାଇ ଥାଏ ।

The Linga as a Symbol of Creation

ବ୍ରହ୍ମାଣ୍ଡ ପୁରାଣ ଅନୁସାରେ ଲିଙ୍ଗର ପ୍ରକୃତ ଆକାର ଅଣ୍ଡା ପରି ଯାହା ବ୍ରହ୍ମାଣ୍ଡ (Cosmic Egg)କୁ ପ୍ରତିନିଧିତ୍ୱ କରେ । ଏହା ପ୍ରକୃତି ଓ ପୁରୁଷର ମହାମିଳନରୁ ସୃଷ୍ଟିକୁ ସୂଚୀତ କରେ । ଯାହା ସତ୍ୟ, ସତ୍ୟ ଓ ସତ୍ୟ ହିଁ ଅଟେ ।

ଶିବ ଲିଙ୍ଗ ତିନି ଭାଗକୁ ନେଇ ଗଠିତ । ଏଥିମଧ୍ୟରୁ ସର୍ବନିମ୍ନ ଭାଗକୁ ବ୍ରହ୍ମା ପୀଠ, ମଧ୍ୟ ଭାଗକୁ ବିଷ୍ଣୁ ପୀଠ ଓ ଉପରାର୍ଦ୍ଧକୁ ଶିବ ପୀଠ କୁହାଯାଏ । ଯାହା ସୃଷ୍ଟି, ସଂରକ୍ଷଣ ଓ ବିନାଶର ସାଂକେତିକ ଭାବ ବହନ କରେ ।