ଅନ୍ତରୀକ୍ଷରୁ ମଧ୍ୟ ଦୃଶ୍ୟମାନ- କୁମ୍ଭ ମେଳା

Kumbh Mela Gathering Visible From Space in odia
Image Source: BBC


ଭାରତର ଏକ ବିଶେଷ ଆକର୍ଷଣ କୁମ୍ଭ ମେଳା । ଭାରତରେ କୁମ୍ଭ ମେଳା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି କୂମ୍ଭମେଳାରେ ହେଉଥିବା ଭିଡ଼ ଦୃଶ୍ୟ ଅନ୍ତରୀକ୍ଷରୁ ମଧ୍ୟ ଦୃଶ୍ୟମାନ ହୋଇଥାଏ ।  


ଭାରତରେ ୪ଟି ସ୍ଥାନରେ କୁମ୍ଭମେଳା ଆୟୋଜିତ ହୋଇଥାଏ । ହରିଦ୍ୱାରରେ ଗଙ୍ଗା ନଦୀରେ, ପ୍ରୟାଗରାଜରେ ଗଙ୍ଗା ଓ ଯମୁନା ନଦୀରେ, ନାସିକରେ ଗୋଦାବରୀ ନଦୀରେ ଓ ଉଜ୍ଜୟିନୀରେ ସିପ୍ରା ନଦୀରେ ବୁଡ଼ ପକାଇଥାନ୍ତି ଶ୍ରଦ୍ଧାଳୁ । ସବୁଠାରୁ ଖାସ୍ କଥା ହେଉଛି ସୂର୍ଯ୍ୟଙ୍କୁ ପରିକ୍ରମା କରିବାକୁ ବୃହସ୍ପତ୍ତି ଗ୍ରହକୁ ୧୨ ବର୍ଷ ଲାଗୁଥିବାରୁ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ମେଳା ଆୟୋଜିତ ହୋଇଥାଏ । ଏହି ସମୟକୁ ପୃଥିବୀ ପାଇଁ ପବିତ୍ର ସମୟ ଭାବେ ଗଣନା କରାଯାଏ । ଏହାସହିତ ପ୍ରତି ୧୪୪ ବର୍ଷରେ ଥରେ ମହାକୁମ୍ଭମେଳା ହୋଇଥାଏ ।  


ସାରା ଦେଶରୁ ସାଧୁ, ସନ୍ୟାସୀ ମାନେ ସାମିଲ ହେବା ସହ ବହୁ ସଂଖ୍ୟାରେ ବିଦେଶୀ ମଧ୍ୟ ସାମିଲ ହୋଇଥାନ୍ତି । ରେକର୍ଡ ଅନୁସାରେ  2019ରେ ସବୁଠାରୁ ଅଧିକ 200 ମିଲିଅନ ଶ୍ରଦ୍ଧାଳୁ କୁମ୍ଭ ମେଳାରେ ସାମିଲ ହୋଇଥିଲେ ।


ବିଭିନ୍ନ ପୁରାଣରେ ମଧ୍ୟ କୁମ୍ଭ ମେଳା ବିଷୟରେ ବର୍ଣ୍ଣନା ରହିଛି । କୁହାଯାଏ ୮ ଶହ ଖ୍ରୀଷ୍ଟାବ୍ଦରୁ କୁମ୍ଭମେଳା ଆରମ୍ଭ ହୋଇଛି । କ୍ଷୀର ସାଗର ମନ୍ଥନ ସମୟରେ ଅମୃତ ପାଇଁ ଦେବତା ଓ ରାକ୍ଷସଙ୍କ ମଧ୍ୟ ଯୁଦ୍ଧ ଲାଗିଥିଲା । ମନ୍ଥନକୁ ନିର୍ଗତ ହୋଇଥିବା ଅମୃତ କୂମ୍ଭମେଳା ଆୟୋଜିତ ହେଉଛନ୍ତି ୪ଟି ସ୍ଥାନରେ ଅମୃତ ଧରା ଛୁଇଁଥିଲା ।