ଜାଣନ୍ତିକି କିଏ ଥିଲେ ସର୍ବପ୍ରଥମ କାଉଡ଼ିଆ? କିଏ କରିଥିଲେ ପ୍ରଥମେ ଶିବଲିଙ୍ଗରେ ଜଳାଭିଷେକ?

 

first kaudia who jalavishek shivling

ହରହର ବମ୍ ଭୋଲେ ବମ୍ ...

ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳ ଲାଗି କରନ୍ତି କାଉଡ଼ିଆ । ଦେଶର ବିଭିନ୍ନ ଶୈବ ପୀଠରେ ଲାଗିରହେ କାଉଡ଼ିଆଙ୍କ ସମାଗମ । ଉତ୍ତର ଭାରତ ତଥା ଅନ୍ୟାନ୍ୟ ରାଜ୍ୟରୁ କାଉଡ଼ିଆମାନେ ଗଙ୍ଗାରୁ ଜଳ ଆଣି ଶିବଲିଙ୍ଗରେ ଜଳାଭିଷେକ କରିଥାନ୍ତି । ଦେଶରେ ପ୍ରସିଦ୍ଧ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ସମେତ ରାଜ୍ୟରେ ବାବା ଲିଙ୍ଗରାଜ, ବାବା ଧବଳେଶ୍ୱର, ଭଦ୍ରକ ଆଖଣ୍ତଳମଣି ପୀଠ, କପିଳାସର ବାବା ଚନ୍ଦ୍ରଶେଖର, ନୟାଗଡ଼ ଶରଣକୂଳର ଲଡୁ ବାବା ପୀଠ, ପୁରୀର ଲୋକନାଥ ବାବା, ଗୁପ୍ତେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ବିଶ୍ୱାସ ରହିଛି ଶ୍ରାବଣରେ ଭଗବାନ ଶିବଙ୍କୁ ଜଳାଭିଷେକ କଲେ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । 

ଗଙ୍ଗା ଜଳ ଆଣିବା ପାଇଁ କବାଡ଼ିଆଙ୍କୁ ଖାଲି ପାଦରେ ଚାଲିବାକୁ ପଡିଥାଏ, ଏବଂ ପାଣି ଭାର ଥରେ କାନ୍ଧକୁ ଉଠାଇବା ପରେ ଏହାକୁ ଭୂମିରେ ରଖାଯାଏ ନାହିଁ । ଅତ୍ୟନ୍ତ ନିଷ୍ଠାର ସହ ବ୍ରତ ପାଳନ ସହ ଶିବଲିଙ୍ଗରେ ବେଲପତ୍ର ସହିତ ଜଳ ଅର୍ପଣ କରିବା ଅତ୍ୟନ୍ତ ଫଳପ୍ରଦ ବିଚାର କରାଯାଏ ।

କିନ୍ତୁ ଆପଣ ଜାଣନ୍ତିକି ସର୍ବପ୍ରଥମେ କିଏ କରିଥିଲେ ଶିବଲିଙ୍ଗରେ ଜଳାଭିଷେକ, କିଏ ଥିଲେ ସର୍ବପ୍ରଥମ କାଉଡ଼ିଆ? କେବେଠାରୁ ଆରମ୍ଭ ହୋଇଥିଲା ଏହି ପରମ୍ପରା ??

ଏକଦା ରାଜା ସହସ୍ରବାହୁ ନିଜ ସୈନ୍ୟ ସାମନ୍ତଙ୍କ ସହିତ  ଋଷି ଜମଦଗ୍ନିଙ୍କ ଆଶ୍ରମରେ ପହଞ୍ଚିଥିଲେ ।  ଋଷି ଜମଦଗ୍ନି ମଧ୍ୟ ରାଜାଙ୍କୁ ଅତିଥିଭାବେ ପାଇଁ ନିଜ କର୍ତ୍ତବ୍ୟ ପାଳନ କଲେ । ଉଚିତ ସମ୍ମାନ ପ୍ରଦର୍ଶନ ସହ ଚର୍ଚ୍ଚାରେ କୌଣସି କାର୍ପଣ୍ୟ କରିନଥିଲେ । ରାଜା ସହସ୍ରବାହୁ ଏପରି ଆତିଥ୍ୟ ଓ ସମ୍ମାନ ପାଇଁ ସନ୍ତୁଷ୍ଟ ହେଲେ କିନ୍ତୁ ତାଙ୍କ ମନରେ ଉଙ୍କି ମାରିଲା ଜଟିଳ ପ୍ରଶ୍ନଟିଏ ।  କୁଟୀରରେ ରହୁଥିବା ଜଣେ ସାଧାରଣ ଋଷି ଏପରି ଆତିଥ୍ୟ ପ୍ରଦାନ କରିପାରିଲେ କିପରି?

ମନର ପ୍ରଶ୍ନକୁ ନିଜ ସେନା ଓ ପାରିଷଦଙ୍କୁ ପଚାରିଲେ ରାଜା । ଜଣେ ବୟସ୍କ ସୈନ୍ୟ ରାଜାଙ୍କୁ କାରଣ ଜଣାଇଲେ । ଋଷି ଜମଦଗ୍ନିଙ୍କ ନିକଟରେ ଥିବା କାମଧେନୁ ନାମକ ଗାଈ ଯୋଗୁ ହିଁ ଏହା ସମ୍ଭବପର ହୋଇଥିବା ଜାଣିବା ପରେ ଲୋଭାନ୍ବିତ ହୋଇପଡ଼ିଲେ ରାଜା ।

ଯେତେବେଳେ ରାଜା ଜାଣିବାକୁ ପାଇଲେ ଯେ କାମଧେନୁ ଗାଈକୁ ଯାହା ମାଗିଲେ, ସେ ତତକ୍ଷଣାତ ଦେଇପାରେ, ରାଜା ବିଷର୍ଣ୍ଣ ମଧ୍ୟ ହେଲେ । ସେ ରାଜା ହୋଇଥିବା ସତ୍ତ୍ବେ ଏପରି ଗାଈ ତାଙ୍କ ନିକଟରେ ନଥିବାରୁ ସେ ନିଜକୁ ଧିକ୍କାର କଲେ । ପୁନର୍ବାର ଋଷିଙ୍କ ଆଶ୍ରମକୁ ଯାଇ ନିଜ କାମନା ଜଣାଇଲେ ରାଜା ସହସ୍ରବାହୁ । କିନ୍ତୁ ଋଷି ଜମଦଗ୍ନି ରାଜାଙ୍କୁ କୌଣସି ବି ମୂଲ୍ୟ ବିନିମୟରେ କାମଧେନୁକୁ ଦେବାକୁ ରାଜି ହେଲେ ନାହିଁ ।

ରାଜା କ୍ରୋଧିତ ହେଲେ । କାମଧେନୁକୁ ପାଇବା ପାଇଁ ଶେଷରେ ଋଷିକୁ ହତ୍ୟା କଲେ ରାଜା ସହସ୍ରବାହୁ ।ଯେତେବେଳେ ପର୍ଶୁରାମ ଜାଣିବାକୁ ପାଇଲେ ଯେ ସାହଷ୍ଟ୍ରବାହୁ ତାଙ୍କ ପିତାଙ୍କୁ ହତ୍ୟା କରିଛନ୍ତି ଏବଂ କାମଧେନୁ ଗାଈକୁ ସାଙ୍ଗରେ ନେଇଯାଇଛନ୍ତି, ତାଙ୍କ ରାଗ ପଞ୍ଚମରେ ପହଞ୍ଚିଲା । 


Image by BoldSky

ରାଜା ସହସ୍ରବାହୁଙ୍କ ବାହୁ  କାଟି ହତ୍ୟା କରିବା ସହିତ କାମଧେନୁକୁ ଉଦ୍ଧାର କଲେ ପର୍ଶୁରାମ । ଏହାସହିତ ତପ ବଳରେ ପିତା ଜମଦଗ୍ନିଙ୍କୁ ମଧ୍ୟ ବଞ୍ଚାଇଥିଲେ ପର୍ଶୁରାମ । ପରେ ହତ୍ୟା ପାପ ଲାଘବ କରିବାକୁ ପିତାଙ୍କ ପରାମର୍ଶ ଅନୁସାରେ ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ପର୍ଶୁରାମ । 

ପିତାଙ୍କ ନିର୍ଦ୍ଦେଶରେ ଆଶ୍ରମ ନିକଟରେ ଶିବଲିଙ୍ଗ ପ୍ରତିଷ୍ଠା କରିବା ସହିତ ଶିବଙ୍କ ମହାଭିଷେକ କରିଥିଲେ ପର୍ଶୁରାମ । ଯେଉଁଠି ପର୍ଶୁରାମ ଶିବଲିଙ୍ଗ ସ୍ଥାପନ କରିଥିଲେ ସେଠାରେ ଏବେବି ଏହାର ପ୍ରମାଣ ଥିବା ବିଶ୍ବାସ କରାଯାଏ । ଉତ୍ତର ପ୍ରଦେଶର କାଶୀରେ ହିଁ ପର୍ଶୁରାମ ପ୍ରଥମେ ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ।...